ସେ ମୋ ଜଗନ୍ନାଥ
[00:45.85] ଆକାଶ ପଡୁଛି ଖସି ଫାଟିଯାଏ ମାଟି
[00:59.49] ମହୋଦଧୂ ବାହୁନୁଚି ମଥା ପିଟି ପିଟି
[01:17.34] ଚାରିଗୋଟି ମେଘଙ୍କର ବିକଳ ରଡି
[01:24.79] ଲାଗେ ମହାପଳୟ କି ଆସୁଛି ମାଡି
[01:33.07] ଭକତ ନେହୁରା ହୁଏ ହାତକୁ ଯୋଡି
[01:38.40] ନିଅନାହିଁ ସେ ମୋର ମାଣିକ ପେଡି
[01:45.57] ତାକୁ ନଦେଖିଲେ
[01:48.76] ଉଙ୍କୁଯିବ ଆମ ତିନିନେତ୍ର
[01:56.73] ସିଏ ମୋ ଜଗନ୍ନାଥ
[02:02.85] ତା ବିନୁ ଶ୍ରୀହୀନ ସାରା ଜଗତ(୩)
[02:54.18] ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାର
[02:57.92] ଗାଆନ୍ତି ତାର ସ୍ତବଧ
[03:02.99] ସିଏ ଆଜି ଜଳି ଜଳି ହୁଏରେ ଖଣ୍ଡ ଖଣ୍ଡ
[03:10.75] କୋଟି କୋଟି ଭକତଙ୍କ ଯିଏ ଅତୁଟ ବିଶ୍ବାସ
[03:26.16] ସେ ଆଜି ଛାଡୁଛି ଦେହ ନିଏ ଶେଷ ନିଶ୍ବାସ
[03:26.96] ନିୟତିର ଏ କି ସତେ ବିଚିତ୍ର ଖେଳ
[03:34.44] ବିଧାତାର ଭାଗ୍ୟ ଆଜି ହୀନ କପାଳ
[03:41.90] ତୁଟିଯାଏ ଓଡିଆର ସାହସ ବଳ
[03:48.01] ଫାଟିଯାରେ ଛାତି ତୁ ରେ ହେଇ ଦିଫାଳ
[03:55.18] ପ୍ରଭୁ ବିନାଙ୍କର କେମିତି ବଞ୍ଚିବ ଆଜି ଭକ୍ତ
[04:06.93] ସିଏ ମୋ ଜଗନ୍ନାଥ
[04:12.25] ତା ବିନୁ ଶ୍ରୀହୀନ ସାରା ଜଗତ(୪)
[05:03.63] ଭକତର ଆତ୍ମା ତୁ ହି ତୁ ପରା ଜୀବନ ଧନ
[05:11.35] କେମିତିରେ ତୁଟେଇବୁ ତାସାଥେ ମାୟାବନ୍ଧନ
[05:19.34] ଯେଉଁବ୍ରହ୍ମ କେବେ କାଳେ ଦେଖ୍ ନିତି ତିନି ଭୁବନ
[05:27.05] ମିଳିଗଲା ଭକତକୁ ଆଜି ସେ ବ୍ରହ୍ମସନ୍ଧାନ
[05:34.49] ଝରିଲା କି ମେଘମାଳା ଭକତି ରସ
[05:42.47] ଲିଭିଗଲା ଲାଗେ ସତେ ଚାତକ ଶୋଷ
[05:51.80] ରକୁଣା ହାତରେ ଆଜି କୁବେର ଧନ
[05:56.85] ଗାଉଛି ଆକାଶ ମାଟି ଗାଏ ପବନ
[06:03.51] ଭକ୍ତ ଭଗବାନ ମିଳନର ଏଇ ମହାମନ୍ତ୍ର
[06:26.72] ସେ ମୋ ଜଗନ୍ନାଥ
[06:32.02] ତା ବିନୁ ଶ୍ରୀହୀନ ସାରା ଜଗତ(୪)
